22-Nov-2026
Sikshasmabad Logo
Breaking News:
OSSSC Recruitment 2026: Apply for 380 Medical Laboratory Technician Posts
OSSSC Recruitment 2026: Apply for 380 Medical Laboratory Technician Posts


ଓଡ଼ିଶା ସରକାରରେ ଚାକିରି! ମେଡିକାଲ ଲାବ୍ରୋଟାରି ଟେକ୍ନିସିଆନ ପଦରେ ଆବେଦନ ଆହ୍ବାନ କରାଯାଉଛି। ଏନେଇ ୨୦୨୬ ନଭେମ୍ବର ୧୭ ତାରିଖରେ ଓଡ଼ିଶା ସବ୍‌ ଅର୍ଡିନେଟ ଷ୍ଟାଫ୍‌ ସିଲେକସନ କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଆବେଦନ ତାରିଖ ୨୦୨୬ ନଭେମ୍ବର ୧୭ରୁ ଆରମ୍ଭ ହୋଇଛି। ୨୦୨୬ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏହି ପଦବି ପାଇଁ ନିଜର ନାମ ପଂଜୀକରଣ କରିପାରିବେ। ଯେଉଁମାନେ ଓଡ଼ିଶା ସବ୍‌ ଅର୍ଡିନେଟ ଷ୍ଟାଫ୍‌ ସିଲେକସନ କମିସନ ୱେବସାଇଟ୍‌ରେ ପୂର୍ବରୁ ନିଜର ନାମ ପଂଜୀକରଣ କରିଛନ୍ତି, ସେମାନେ ସିଧାସଳଖ ଆବେଦନ କରିପାରିବେ। ପ୍ରାର୍ଥୀ କେବଳ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଅଧିକ ତଥ୍ୟ ପାଇଁ www.osssc.gov.inରେ ଯାଞ୍ଚ କରିପାରିବେ। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ୧୩ ଜିଲ୍ଲା ପାଇଁ ୩୮୦ଟି ପଦ ପାଇଁ ଏହି ଆବେଦନ ଆହ୍ବାନ କରାଯାଉଛି।ବିଜ୍ଞପ୍ତି ଅନୁସାରେ ପ୍ରାର୍ଥୀଙ୍କ ବୟସ ୨୧ ବର୍ଷ ବୟସରୁ କମ ହୋଇ ନଥିବା ଦରକାର। ସେହିପରି ୪୨ ବର୍ଷରୁ ଅଧିକ ହୋଇ ନଥିବା ପ୍ରାର୍ଥୀ ଆବେଦନ କରିପାରିବେ।ପ୍ରାର୍ଥୀ ବିଜ୍ଞାନ ବିଷୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ କୌଣସି କଲେଜରୁ ଯୁକ୍ତ ୨ ଉତ୍ତୀର୍ଣ୍ଣ ହୋଇଥିବେ। ଡିପ୍ଲୋମା ଇନ ମେଡିକାଲ ଲାବ୍ରୋଟାରି ଟେକ୍ନୋଲୋଜି (ଡିଏମ୍‌ଏଲଟି) ଅଥବା ବାଚଲର ଇନ ମେଡିକାଲ ଲାବ୍ରୋଟାରି ଟେକ୍ନୋଲୋଜି (ବିଏମ୍‌ଏଲଟି)ରେ ସରକାରୀ ମେଡିକାଲ କଲେଜ ଅଥବା ସରକାରୀ ସ୍ବୀକୃତି ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଡିଗ୍ରି ହାସଲ କରିଥିବେ। 

Shamsoft Academy

Shamsoft Academy

Admission open for B.Ed