23-Nov-2026
Sikshasmabad Logo
Breaking News:
RRB Isolated Categories Recruitment 2026: Apply Online for 195 Vacancies
RRB Isolated Categories Recruitment 2026: Apply Online for 195 Vacancies


ରେଳବାଇରେ ସରକାରୀ ଚାକିରି ପାଇବାକୁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ପାଇଁ ବଡ଼ ଖବର। ରେଳବାଇ ନିଯୁକ୍ତି ବୋର୍ଡପକ୍ଷରୁ ଆଇସୋଲେଟେଡ୍ କ୍ୟାଟେଗୋରୀ ଅଧୀନରେ ବିଭିନ୍ନ ପଦବିରେ ନିଯୁକ୍ତି ପାଇଁ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ପାଇଁ ନଭେମ୍ବର ୫ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ୨୦୨୬ ଡିସେମ୍ବର ୪ ରହିଛି।ଏହି ନିଯୁକ୍ତି ପାଇଁ ପଦବି ଅନୁସାରେ ପ୍ରାର୍ଥୀମାନେ ଦ୍ୱାଦଶ ଶ୍ରେଣୀ ପାସ୍‌ଠାରୁ ଆରମ୍ଭ କରି ସ୍ନାତକୋତ୍ତର ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ। ପଦବି ଅନୁଯାୟୀ ସର୍ବାଧିକ ବୟସ ସୀମା ୩୦, ୩୨, ୩୩, ୩୫ ଓ ୪୦ ବର୍ଷ ରହିଛି। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୧୯୫ଟି ଖାଲିଥିବା ପଦବି ପୁରଣ କରାଯିବ। ଚୟନିତ ପ୍ରାର୍ଥୀଙ୍କୁ ପଦବି ଅନୁସାରେ ପେ ଲେଭଲ୍-୨ରୁ ଲେଭଲ୍-୭ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ।ଏହି ନିଯୁକ୍ତି ପାଇଁ କେବଳ ଅନଲାଇନ୍‌ରେ ଆବେଦନ କରିହେବ। ପ୍ରାର୍ଥୀମାନେ rrbapply.gov.in ପୋର୍ଟାଲ୍‌କୁ ଯାଇ ଆବେଦନ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ନାହିଁ।ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗ: ୫୦୦ ଟଙ୍କା। ଏସ୍‌ସି ଓ ଏସ୍‌ଟି ବର୍ଗ: ୨୫୦ ଟଙ୍କା।ସିବିଟି-୧ ପରୀକ୍ଷାରେ ଉପସ୍ଥିତ ହେବା ପରେ ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୪୦୦ ଟଙ୍କା ଫେରସ୍ତ କରାଯିବ। ସେହିପରି ଏସ୍‌ସି ଓ ଏସ୍‌ଟି ବର୍ଗର ପ୍ରାର୍ଥୀଙ୍କୁ ସମ୍ପୂର୍ଣ୍ଣ ୨୫୦ ଟଙ୍କା ଫେରସ୍ତ ମିଳିବ। 

Shamsoft Academy

Shamsoft Academy

Admission open for B.Ed