22-Nov-2026
Sikshasmabad Logo
Breaking News:
Agniveer Tenure Likely to Be Extended by Two Years
Agniveer Tenure Likely to Be Extended by Two Years


ଅଗ୍ନିବୀରଙ୍କ ପାଇଁ ଆସିଛି ବଡ଼ ଖବର। ଭାରତୀୟ ସେନାରେ ଅଗ୍ନିବୀର ଭାବେ କାର୍ଯ୍ୟ କରୁଥିବା ଯବାନଙ୍କ ଚାକିରି ଅବଧି ଆଉ ଦୁଇ ବର୍ଷ ବଢ଼ାଇବାକୁ ଯୋଜନା ହୋଇଛି। ଏ ନେଇ ଖୁବ୍‌ଶୀଘ୍ର ଘୋଷଣା କରିବେ ଦେଶର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଏନ୍‌ଏସ୍‌ ରାଜା ସୁବ୍ରମଣି। ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଗ୍ନିବୀରଙ୍କ ସେବା ଓ ଅବଦାନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଉଛି।
ସବୁଠାରୁ ବଡ଼ କଥା ହେଉଛି, ଚାକିରି ଅବଧି ବଢ଼ିଲେ ମଧ୍ୟ ସେନାରେ ରହିବେ କି ନାହିଁ, ତାହା ଅଗ୍ନିବୀରମାନେ ନିଜେ ସ୍ଥିର କରିବେ। ଏଥିପାଇଁ କାହା ଉପରେ ବାଧ୍ୟତାମୂଳକ ନିୟମ ରହିବ ନାହିଁ।ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତ ହୋଇଥିବା ୧୮,୩୦୦ରୁ ଅଧିକ ଅଗ୍ନିବୀର ଡିସେମ୍ବର ୩୧ ସୁଦ୍ଧା ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରି ସେନାରୁ ବାହାରିବାର ଥିଲା।
ନଭେମ୍ବର ମଧ୍ୟଭାଗରୁ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଅବସର ଦେବାର ଯୋଜନା ଥିଲା। ୨୦୨୨ ମସିହାରେ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନାରେ ଚାରି ବର୍ଷ ପାଇଁ ନିଯୁକ୍ତି ମିଳିଥାଏ। ଏହାପରେ ୨୫ ପ୍ରତିଶତ ଯବାନଙ୍କୁ ଆଉ ୧୫ ବର୍ଷ ପାଇଁ ନିୟମିତ ସେବାରେ ରଖିବାର ବ୍ୟବସ୍ଥା ରହିଛି। ନୂଆ ନିଷ୍ପତ୍ତି ଅଗ୍ନିବୀରଙ୍କ ଭବିଷ୍ୟତକୁ ନେଇ ଆଶା ବଢ଼ାଇଛି। 

Shamsoft Academy

Shamsoft Academy

Admission open for B.Ed