22-Nov-2026
Sikshasmabad Logo
Breaking News:
Central Railway Recruitment 2026: Apply for 2,861 Apprentice Posts by December 2
Central Railway Recruitment 2026: Apply for 2,861 Apprentice Posts by December 2


ରେଳବାଇରେ ନିଯୁକ୍ତି ଖୋଜୁଥିବା ଯୁବକଯୁବତୀଙ୍କ ପାଇଁ ଖୁସି ଖବର। ସେଣ୍ଟ୍ରାଲ୍ ରେଲୱେ ୨,୮୬୧ଟି ପଦବି ପୁରଣ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ କରିବାର ଶେଷ ତାରିଖ ୨୦୨୬ ଡିସେମ୍ବର ୨ ତ‌ାରିଖ ରହିଛି। ପ୍ରାର୍ଥୀମାନଙ୍କୁ ଯଥାଶୀଘ୍ର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଉଛି।
ଏହି ପଦବିଗୁଡ଼ିକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ଅତିକମରେ ୧୫ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଆବଶ୍ୟକ। ସେହିପରି ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ହେଲେ, ପ୍ରାର୍ଥୀ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ଏବଂ ଏଥିରେ ଅତିକମରେ ୫୦% ମାର୍କ ରହିବା ଦରକାର। ଏହା ବ୍ୟତୀତ, ପ୍ରାର୍ଥୀଙ୍କ ପାଖରେ ସମ୍ପୃକ୍ତ ଟ୍ରେଡ୍‌ରେ ଆଇଟିଆଇ ପ୍ରମାଣପତ୍ର ରହିବା ଆବଶ୍ୟକ।
ଏହି ପଦବିଗୁଡ଼ିକ ପାଇଁ ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅଣ-ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ଶୁଳ୍କ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି। ଏହି ଚୟନ ପ୍ରକ୍ରିୟାରେ କୌଣସି ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ରହିବ ନାହିଁ। ପୂର୍ବ ଶିକ୍ଷାଗତ ଶ୍ରେଣୀରେ ପ୍ରାପ୍ତ ନମ୍ବର ଆଧାରରେ ଏକ ମେରିଟ୍ ତାଲିକା (ଯୋଗ୍ୟତା ତାଲିକା) ପ୍ରସ୍ତୁତ କରାଯିବ। ଯେଉଁ ପ୍ରାର୍ଥୀମାନଙ୍କ ନାମ ଏହି ମେରିଟ୍ ତାଲିକାରେ ରହିବ, ସେମାନଙ୍କୁ ରେଳବାଇରେ ଏହି ଆପ୍ରେଣ୍ଟିସ୍‌ସିପ୍ ପାଇଁ ଯୋଗ୍ୟ ବୋଲି ବିବେଚନା କରାଯିବ। 

Shamsoft Academy

Shamsoft Academy

Admission open for B.Ed