23-Nov-2026
Sikshasmabad Logo
Breaking News:
UPSC Recruitment 2026: Apply for Dental Surgeon, Medical & Scientist Posts
UPSC Recruitment 2026: Apply for Dental Surgeon, Medical & Scientist Posts


ଚାକିରି ଖୋଜୁଥିବା ଯୁବକଯୁବତୀଙ୍କ ପାଇଁ ଭଲ ସୁଯୋଗ। ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ (ୟୁପିଏସ୍‌ସି) ପକ୍ଷରୁ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଡେଣ୍ଟାଲ ସର୍ଜନ୍‌, ଆୟୁର୍ବେଦିକ ଚିକିତ୍ସକ, ହୋମିଓପାଥିକ ଚିକିତ୍ସକ ଓ ବୈଜ୍ଞାନିକ ଆଦି ପଦ ରହିଛି। ଏହି ପଦଗୁଡ଼ିକ ପାଇଁ ଅନ୍‌ଲାଇନ୍‌ରେ ଆବେଦନ ଆରମ୍ଭ ହୋଇଛି। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ୟୁପିଏସ୍‌ସିର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ହେଉଛି ୪ ଡିସେମ୍ବର ୨୦୨୬।ଏହି ପଦଗୁଡ଼ିକ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ବର୍ଷ ରହିଛି।
ପଦ ଅନୁସାରେ ପ୍ରାର୍ଥୀଙ୍କ ପାଖରେ ସମ୍ପୃକ୍ତ ବିଷୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରି ଥିବା ଜରୁରି। ଏହାସହିତ ନିର୍ଦ୍ଧାରିତ ଅନ୍ୟ ଯୋଗ୍ୟତା ମଧ୍ୟ ରହିବା ଦରକାର।

୧. ପ୍ରଥମେ ୟୁପିଏସ୍‌ସିର ଅଫିସିଆଲ୍‌ ୱେବ୍‌ସାଇଟ୍‌ upsconline.nic.in ଖୋଲନ୍ତୁ।
୨. ୱେବ୍‌ସାଇଟ୍‌ରେ ଥିବା ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ଅପ୍‌ସନ୍‌କୁ ଯାଆନ୍ତୁ।
୩. ଏହାପରେ ଆବଶ୍ୟକ ତଥ୍ୟ ଦେଇ ଆବେଦନ ଫର୍ମ ପୂରଣ କରନ୍ତୁ।
୪. ଆବଶ୍ୟକ କାଗଜପତ୍ରର ସ୍କାନ୍‌ କରାଯାଇଥିବା ନକଲ ଅପଲୋଡ୍‌ କରନ୍ତୁ।
୫. ଶେଷରେ ଫର୍ମ ଦାଖଲ କରି ଏହାର ଏକ ପ୍ରିଣ୍ଟ୍‌ ବାହାର କରି ରଖନ୍ତୁ।

ତେଣୁ ଆଗ୍ରହୀ ପ୍ରାର୍ଥୀମାନେ ଶେଷ ତାରିଖ ୪ ଡିସେମ୍ବର ପୂର୍ବରୁ ଆବେଦନ ପ୍ରକ୍ରିୟା ଶେଷ କରନ୍ତୁ ।​

Shamsoft Academy

Shamsoft Academy

Admission open for B.Ed