23-Nov-2026
Sikshasmabad Logo
Breaking News:
How to Get a Job at Tesla: Essential Skills, Departments, and Application Process
How to Get a Job at Tesla: Essential Skills, Departments, and Application Process


)ଇଲେକ୍ଟ୍ରି କାର ନୂଆ ପ୍ରଯୁକ୍ତିବିଦ୍ୟାରେ ଆଗ୍ରହ ରଖୁଥିବା ଯୁବଗୋଷ୍ଠୀ ଟେସଲା ଚାକିରି କରିବାକୁ ଚାହାଁନ୍ତି। କିନ୍ତୁ ଟେସଲାରେ ଚାକିରି ପାଇବା ପାଇଁ କେବଳ ଡିଗ୍ରି ଯଥେଷ୍ଟ ନୁହେଁ। ପ୍ରାର୍ଥୀଙ୍କ ପାଖରେ ସେହି କାମ ସହିତ ଜଡ଼ିତ ଭଲ ଜ୍ଞାନ ଏବଂ ଏହାକୁ କରିବାରେ ଦକ୍ଷତା ରହିବା ଦରକାର। କମ୍ପାନିରେ ଇଂଜିନିୟରିଂ, ସଫ୍ଟୱେୟର, ବ୍ୟାଟେରି, ମାର୍କେଟିଂ ଏବଂ ସେଲ୍ସ ଭଳି ବିଭାଗରେ କାମ କରିବାକୁ ସୁଯୋଗ ମିଳିଥାଏ। ଟେସଲାରେ ଚାକିରି ପାଇବା ପାଇଁ ଜରୁରି ଦକ୍ଷତା ଏହାରି ଉପରେ ନିର୍ଭର କରୁଛି ଯେ, ଆପଣ କେଉଁ ପଦରେ କାମ କରିବାକୁ ଚାହୁଁଛନ୍ତି। ଯଦି ଆପଣ ସଫ୍ଟୱେୟର ଅଥବା ଏଆଇ ବିଭାଗରେ କାମ କରିବାକୁ ଆଗ୍ରହୀ ଅଛନ୍ତି, କୋଡିଙ୍ଗ, କମ୍ପ୍ୟୁଟର ପ୍ରୋଗ୍ରାମିଂ ଏବଂ ମେସିନ ଲର୍ନିଂଗ ବିଷୟରେ ଜାଣିଥିବା ଦରକାର। ସେହିଭଳି ଇଂଜନିୟରିଂରେ କାମ କରିବାକୁ ହେଲେ ‌ଇଲେକ୍ଟ୍ରୋନିକ୍ସ, ମେକାନିକାଲ ଇଂଜିନିୟରିଂ ଏବଂ ସିଏଡି ସଫ୍ଟୱେୟର ପରିଚାଳନା ଜାଣିଥିବା ଦରକାର। ଟେସଲାରେ ଚାକିରି ପାଇବା ପାଇଁ ସର୍ବ ପ୍ରଥମେ କମ୍ପାନିର ୱେବସାଇଟ୍‌କୁ ଯାଆନ୍ତୁ। ସେଠାରେ Careers ସେକ୍ସନରେ ପ୍ରବେଶ କରନ୍ତୁ। ଯୋଗ୍ୟତା ହିସାବରେ ଚାକିରି ଖୋଜନ୍ତୁ। ଆପଣ ଭାରତ ନା ଅନ୍ୟ ଦେଶରେ ଚାକିରି ଖୋଜୁଛନ୍ତି, ତାହା ଜାଣନ୍ତୁ। ଯେଉଁ ପଦବି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଏଥି ପାଇଁ ଯୋଗ୍ୟତା ଏବଂ ଜରୁରି ଦକ୍ଷତା ଉପରେ ଧ୍ୟାନ ଦିଅନ୍ତୁ। ଏହା ପରେ ରିଜ୍ୟୁମ ପ୍ରସ୍ତୁତ କରି ଅନ୍‌ଲାଇନରେ ଆବେଦନ କରନ୍ତୁ l 

Shamsoft Academy

Shamsoft Academy

Admission open for B.Ed