23-Nov-2026
Sikshasmabad Logo
Breaking News:
INSPIRE-SHE Scholarship 2026: Apply Online for National Science Scholarship
INSPIRE-SHE Scholarship 2026: Apply Online for National Science Scholarship


)ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OPSC) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସଚିବାଳୟ ସେବା କ୍ୟାଡର (ଗୃହ ବିଭାଗ) ଅଧୀନରେ ୩୪୦ଟି ସହକାରୀ ସେକ୍ସନ ଅଧିକାରୀ ପଦବୀରେ ନିଯୁକ୍ତି ଆରମ୍ଭ ହେବ ।ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.opsc.gov.in ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୦୨୬ ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୩୦ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତl ମୋଟ ୩୪୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୧୧୪ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସାଧାରଣ ବର୍ଗରେ ୧୪୪ଟିରୁ ୪୮ଟି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । SEBC ଲାଗି ୩୮ଟି ପଦ ଥିବାବେଳେ ୧୩ଟି ମହିଳାଙ୍କ ପାଇଁ ରହିଛି । ଅନୁସୂଚିତ ଜାତି ଲାଗି ୮୧ଟି (୨୭ଟି ମହିଳା), ଅନୁସୂଚିତ ଜନଜାତି ପାଇଁ ୭୭ଟି (୨୬ଟି ମହିଳା)ଙ୍କ ପାଇଁ ରହିଛି ।
ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସଂରକ୍ଷିତ ବର୍ଗ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ନିୟମାନୁଯାୟୀ ବୟସ କୋହଳ କରାଯିବ ।ଶିକ୍ଷାଗତ ଯୋଗ୍ୟତା: ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଏବଂ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ ।ଏସସି ଏସଟି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ୭୦୦/- ଟଙ୍କା ଅନଲାଇନ୍ ଜରିଆରେ ଦେୟ ଦେବାକୁ ହେବ । ପ୍ରାଥମିକ ଲିଖିତ ପରୀକ୍ଷାରେ ପ୍ରକୃତରେ ଭାଗ ନେଇଥିବା ପ୍ରାର୍ଥୀମାନଙ୍କୁ ଏହି ଦେୟ ଫେରସ୍ତ କରାଯିବ ।

Shamsoft Academy

Shamsoft Academy

Admission open for B.Ed