29-Oct-2026
Sikshasmabad Logo
Breaking News:
RBI Recruitment Calendar 2027: Dates Announced for Grade A, Grade B & Other Posts
RBI Recruitment Calendar 2027: Dates Announced for Grade A, Grade B & Other Posts


ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଲକ୍ଷ ଲକ୍ଷ ଆଶାୟୀଙ୍କ ପାଇଁ ଆସିଛି ବଡ଼ ଅପଡେଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBI ୨୦୨୭ ମସିହାରେ ହେବାକୁ ଥିବା କ୍ଲାସ୍-I ଅଫିସର ପଦବୀ ନିଯୁକ୍ତି ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ କରିଛି। ଅକ୍ଟୋବର ୨୨ ତାରିଖରେ ଜାରି ଏହି କ୍ୟାଲେଣ୍ଡରରେ ଗ୍ରେଡ୍ A ଓ ଗ୍ରେଡ୍ B ଅଫିସରଙ୍କ ସହ ମ୍ୟାନେଜର, ଲିଗାଲ୍ ଅଫିସର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଭଳି ବିଭିନ୍ନ ପଦବୀର ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯାଇଛି।

କେଉଁ ପଦବୀ ପାଇଁ କେବେ ହେବ ପରୀକ୍ଷା ?
ଗ୍ରେଡ୍ B (DR) ଅଫିସର: ଫେବୃଆରୀ ୨୦୨୭ରେ ବିଜ୍ଞପ୍ତି, ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଓ ମେ'/ଜୁନରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା।
ଗ୍ରେଡ୍ A (DR) ଅଫିସର: ଜୁଲାଇ ୨୦୨୭ରେ ବିଜ୍ଞପ୍ତି ଓ ସେପ୍ଟେମ୍ବରରେ ପରୀକ୍ଷା।
ମ୍ୟାନେଜର (ଟେକ୍ନିକାଲ୍): ଫେବୃଆରୀରେ ବିଜ୍ଞପ୍ତି ଓ ମାର୍ଚ୍ଚ/ଏପ୍ରିଲରେ ପରୀକ୍ଷା।
ଲିଗାଲ୍ ଅଫିସର: ଫେବୃଆରୀରେ ବିଜ୍ଞପ୍ତି ଓ ମାର୍ଚ୍ଚ/ଏପ୍ରିଲରେ ପରୀକ୍ଷା।
ଆସିଷ୍ଟାଣ୍ଟ ମ୍ୟାନେଜର: ଫେବୃଆରୀରେ ବିଜ୍ଞପ୍ତି ଓ ମାର୍ଚ୍ଚ/ଏପ୍ରିଲରେ ପରୀକ୍ଷା।RBI ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହା ଏକ ସମ୍ଭାବ୍ୟ ନିଯୁକ୍ତି କ୍ୟାଲେଣ୍ଡର। ପରିସ୍ଥିତି ଅନୁସାରେ ବିଜ୍ଞପ୍ତି ପ୍ରକାଶ ଓ ପରୀକ୍ଷା ସମୟରେ ପରିବର୍ତ୍ତନ ହୋଇପାରେ।

RBIରେ ଚାକିରି କରିବାକୁ ଆଗ୍ରହୀ ପ୍ରାର୍ଥୀମାନେ ନିୟମିତ ଭାବେ ରିଜର୍ଭ ବ୍ୟାଙ୍କର ଅଫିସିଆଲ୍ ୱେବ୍ସାଇଟ୍ www.rbi.org.in ଏବଂ ଏହାର ନିଯୁକ୍ତି ପୋର୍ଟାଲ୍ opportunities.rbi.org.in ଯାଞ୍ଚ କରିବା ଉଚିତ୍। 

Shamsoft Academy

Shamsoft Academy

Admission open for B.Ed