29-Oct-2026
Sikshasmabad Logo
Breaking News:
Railway Recruitment Board (RRB) Group D Recruitment 2026: Expected Vacancy for Around 30,000 Posts
Railway Recruitment Board (RRB) Group D Recruitment 2026: Expected Vacancy for Around 30,000 Posts


ରେଳବାଇରେ ସରକାରୀ ଚାକିରି ଅପେକ୍ଷାରେ ଥିବା ଯୁବକଯୁବତୀଙ୍କ ପାଇଁ ଆସିବ ଖୁସି ଖବର । ରେଳବାଇ ନିଯୁକ୍ତି ବୋର୍ଡ ପକ୍ଷରୁ ଗ୍ରୁପ୍-ଡି (ଲେଭଲ୍-୧) ପଦରେ ପ୍ରାୟ ୩୦ ହଜାର କର୍ମଚାରୀ ନିଯୁକ୍ତି ବାହାରିବାର ସମ୍ଭାବନା ଅଛି । ଏହି ନିଯୁକ୍ତି ପାଇଁ ଦୀପାବଳି ପୂର୍ବରୁ ସଂକ୍ଷିପ୍ତ ବିଜ୍ଞପ୍ତି ଏବଂ ପର୍ବ ପରେ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ ପାଇପାରେ । ତେବେ ଏନେଇ ରେଳବାଇ ପକ୍ଷରୁ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି ।ପ୍ରସ୍ତାବିତ ନିଯୁକ୍ତି ଅଧୀନରେ ଟ୍ରାକ୍ ମେଣ୍ଟେନର, ପଏଣ୍ଟସମ୍ୟାନ୍ ସମେତ ବିଭିନ୍ନ ବୈଷୟିକ ଓ ଅଣବୈଷୟିକ ପଦ ପୂରଣ କରାଯାଇପାରେ । । ୨୦୨୬ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇପାରେ । ସେହିପରି ୨୦୨୭ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT) ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । କିନ୍ତୁ ଏହି ସମୟସୂଚୀ ଏବେ ସମ୍ଭାବନା ଉପରେ ଆଧାରିତ । ଆବେଦନ ତାରିଖ ଓ ପରୀକ୍ଷା କାର୍ଯ୍ୟସୂଚୀ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ରେଳବାଇର ଅଫିସିଆଲ୍ ନୋଟିଫିକେସନ୍ ପରେ ହିଁ ଜଣାପଡ଼ିବ ।ବୟସ ସୀମା, ସଂରକ୍ଷଣ ସୁବିଧା, ଆବେଦନ ଶୁଳ୍କ ଏବଂ ଅନ୍ୟାନ୍ୟ ଯୋଗ୍ୟତା ସମ୍ପର୍କରେ ମଧ୍ୟ ଆଧିକାରିକ ସୂଚନାକୁ ଅପେକ୍ଷା କରିବାକୁ ପଡ଼ିବ । 

Shamsoft Academy

Shamsoft Academy

Admission open for B.Ed