26-Oct-2026
Sikshasmabad Logo
Breaking News:
Major Recruitment in Odisha Police: Notification Published for 7,268 Constable Posts
Major Recruitment in Odisha Police: Notification Published for 7,268 Constable Posts


ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି । ୭, ୨୬୮ କନେଷ୍ଟବଳ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ଦ୍ୱାରା ୭, ୨୬୮ କନେଷ୍ଟବଳ ପଦରେ ନିଯୁକ୍ତି ନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି ।୭, ୨୬୮ କନେଷ୍ଟବଳ ପଦ ଲାଗି ୨୦୨୬ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଛି ଆବେଦନ । ଅନଲାଇନ୍ ଆବେଦନ ଦାଖଲର ଶେଷ ତାରିଖ ୨୦୨୬ ନଭେମ୍ବର ୧୨ ତାରିଖ ରାତି ୧୦ଟା ରହିଛି । ସେହିଭଳି ପରୀକ୍ଷା ଦେୟ ଅନଲାନ୍‌ରେ ନଭେମ୍ବର ୧୩ ତାରିଖ ରାତି ୧୦ଟା ସୁଦ୍ଧା ଦାଖଲ କରାଯାଇ ପାରିବ ।ମୋଟ ୭ ହଜାର ୨୬୮ଟି କନେଷ୍ଟବଳ ପଦବୀରେ ନିଯୁକ୍ତି ସୁଯୋଗ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଦେୟ ୫୦୦ ଟଙ୍କା ରହିଛି । ପରୀକ୍ଷା ଦେୟକୁ ନଭେମ୍ବର ୧୩ ତାରିଖ ସୁଦ୍ଧା ଅନଲାଇନ୍‌ରେ ଦାଖଲ କରିବାକୁ ପଡ଼ିବ । ପରୀକ୍ଷାରେ ଉପସ୍ଥିତ ପ୍ରାର୍ଥୀମାନଙ୍କୁ ଏହି ଦେୟ ଫେରସ୍ତ (Refund) କରାଯିବ ।

Shamsoft Academy

Shamsoft Academy

Admission open for B.Ed