24-Oct-2026
Sikshasmabad Logo
Breaking News:
BHEL Recruitment 2026: Apply Online for 660 Artisan Posts
BHEL Recruitment 2026: Apply Online for 660 Artisan Posts

ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌ ପକ୍ଷରୁ ୬୬୦ଟି ଆର୍ଟିଜାନ୍ ପଦ ପୂରଣ ପାଇଁ ନିଯୁକ୍ତି ବାହାରିଛି। ଏହି ନିଯୁକ୍ତି ପାଇଁ ଅକ୍ଟୋବର ୨୧ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ସରକାରୀ ଚାକିରି ପାଇବାକୁ ଆଶା ରଖିଥିବା ଯୁବକଯୁବତୀମାନେ ଅଫିସିଆଲ୍ ୱେବ୍‌ସାଇଟ୍‌ careers.bhel.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୮ ନଭେମ୍ବର ୨୦୨୬ ରହିଛି।ଆର୍ଟିଜାନ୍ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍ କରିଥିବା ସହ ସମ୍ପୃକ୍ତ ଟ୍ରେଡ୍‌ରେ ଆଇଟିଆଇ ସାର୍ଟିଫିକେଟ୍ ଏବଂ ନ୍ୟାସନାଲ୍ ଆପ୍ରେଣ୍ଟିସ୍‌ସିପ୍ ସାର୍ଟିଫିକେଟ୍ ହାସଲ କରିଥିବା ଆବଶ୍ୟକ।ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ପ୍ରଥମେ careers.bhel.in ୱେବ୍‌ସାଇଟ୍‌କୁ ଯାଇ ନିଯୁକ୍ତି ସମ୍ପର୍କିତ ଆବେଦନ ଲିଙ୍କ୍‌ରେ କ୍ଲିକ୍ କରିବେ। ନୂଆ ପୋର୍ଟାଲ୍‌ରେ ‘New? Register Here’ ଉପରେ କ୍ଲିକ୍ କରି ପଞ୍ଜୀକରଣ କରିବାକୁ ହେବ। ଏହାପରେ ଲଗ୍‌ଇନ୍ କରି ଆବଶ୍ୟକ ତଥ୍ୟ ପୂରଣ କରିବା ସହ ନିର୍ଦ୍ଧାରିତ ଫି’ ଜମା କରି ଫର୍ମ ସବ୍‌ମିଟ୍ କରିବାକୁ ପଡ଼ିବ।ଏହି ନିଯୁକ୍ତି ପାଇଁ ଚୟନ ପରୀକ୍ଷା ୨୦୨୬ ଡିସେମ୍ବର ୧୧ରେ ହେବାକୁ ପ୍ରସ୍ତାବ ରହିଛି। ନିଯୁକ୍ତି ସମ୍ପର୍କିତ ଅନ୍ୟାନ୍ୟ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ବିଜ୍ଞପ୍ତିକୁ ଭଲଭାବେ ପଢ଼ି ଆବେଦନ କରିବା ଉଚିତ।


Shamsoft Academy

Shamsoft Academy

Admission open for B.Ed